• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କାର୍ଯ୍ୟସୂଚୀ

  1. ଆଦର୍ଶ ଅଙ୍ଗନୱାଡି଼ କେନ୍ଦ୍ର (ଅ. କେନ୍ଦ୍ର ପର୍ଯ୍ୟାୟକ୍ରମରେ ଆଦର୍ଶକରଣ)
  2. ମମତା ଯୋଜନା (ହିତାଧିକାରୀ ଅନ୍ତର୍ଭୁକ୍ତ)
  3. ମିଶନ୍ ଶକ୍ତି (ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା, ମୋବାଇଲ୍ ଫୋନ୍ ଯୋଗାଣ, ବିନା ସୁଧରେ ଋଣ ଯୋଗାଣ)
  4. ମହିଳା ସୁରକ୍ଷା ବାର୍ତ୍ତା/ସମ୍ବାଦ (ଆଲୋଚନା ମାଧ୍ୟମରେ ବିଚାର କରିବା ଓ ଆଇନ ସହାୟତା)
  5. ମହିଳା କଲ୍ୟାଣ କାର୍ଯ୍ୟକାରିତା (ଓୃାନ୍ ଷ୍ଟପ୍ ସେଣ୍ଟର, ସଖୀ ଓ ସ୍ୱଧାର ଗୃହ)

ମହିଳା ଓ ଶିଶୁ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ ଯୋଜନା –

  1. ମୋ ଗେହ୍ଲା ଝିଅ (କନ୍ୟା ସନ୍ତାନ ଜନ୍ମର ବୃଦ୍ଧି/ବିକାଶ)
  2. ସ୍ୱୟଂସିଦ୍ଧା (ସ୍ୱ. ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରାକୃତିକ ଓ ମନୁଷ୍ୟ କୃତ ବିପର୍ଯ୍ୟୟର …. ମୁକାବିଲା)
  3. ନିର୍ଭୟ କଢି (ବାଲ୍ୟ ବିବାହ ରୋକିବା ଓ ଶୈଶବାବସ୍ଥା /କିଶୋର ଅବସ୍ଥାକୁ କ୍ଷମତା / ଅଧିକାର ଦେବା)
  4. ଗୋଦ ଭରାଇ (ନୂତନ ଭାବେ ଚିହ୍ନିତ ହୋଇଥିବା ଗର୍ଭବତୀଙ୍କୁ ସ୍ୱାଗତ କରିବା)
  5. ସୂର୍ଯ୍ୟମୁଖୀ (ଶତପ୍ରତିଶତ ଶଶୁଙ୍କୁ ଓଜନ କରି ଦୁର୍ବଳ ଶିଶୁଙ୍କୁ ଚିହ୍ନଟ କରିବା)
  6. ଗ୍ରାମ୍ୟକୃଷି ସେବା କେନ୍ଦ୍ର
  7. ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ଦ୍ୱାରା ପଲିଥିନ୍ ମୁକ୍ତ କାର୍ଯ୍ୟକ୍ରମ କରିବା ।
  8. ରୋଷେଇ ଘର ନିମନ୍ତେ ଘରୋଇ ପନିପରିବା ବଗିଚା ତିଆରି କରିବା

ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର

  1. ମୋଟ ଅଙ୍ଗନୱାଡ଼ି କେନ୍ଦ୍ର ୫୧୪୧
  2. ଆଜିସୁଦ୍ଧା ସରକାରଙ୍କ ଠାରୁ ଅନୁମୋଦନ /ମଞ୍ଜୁରୀ ହୋଇଥିବା ଅଙ୍ଗନୱାଡ଼ି କେନ୍ଦ୍ର
  3. ଅଙ୍ଗନୱାଡି଼ କେନ୍ଦ୍ର ନିଜସ୍ୱ ଗୃହ ସଂଖ୍ୟା ୨୯୫୨ ସଂଖ୍ୟା ୪୪୮୦
  4. ମୋଟ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ୨୪୦

ନିମ୍ନଲିଖିତ ସୁବିଧା  ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ରରେ ଯୋଗାଇ ଦିଆଯାଇଛି ।

  1. ଶିଶୁଙ୍କ ନିମନ୍ତେ ଟେବୁଲ୍ ଓ ଚେୟାର
  2. କଠୋରୀ ଭିତର ଓ ବାହାରେ ଖେଳିବା ନିମନ୍ତେ ଖେଳନା
  3. କଠୋରୀ ଭିତରେ ଓ ବାହାରେ ଚିତ୍ରାଙ୍କନ
  4. ରୋଷେଇ ଘର ନିମନ୍ତେ ପନିପରିବା ବଗିଚା ଓ ସବୁଜ ବାଡ଼
  5. ପାନୀୟ ଜଳ ଓ ବିଜୁଳି ଯୋଗଣ ବ୍ୟବସ୍ଥା
  6. ଏଲ ପି ଜି (ରନ୍ଧନ) ଗ୍ୟାସ ଯୋଗାଣ

ମମତା

ନୂତନ ଓ ପୁରାତନ ନୀତି ଓ ନିୟମ ଅନୁସାରେ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଦୁଇ କିସ୍ତିରେ ହୀତାଧିକାରୀ ଙ୍କୁ ୫୦୦୦/- ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି । ଗର୍ଭବତୀ ଗର୍ଭର ୬ ମାସ ପରେ ପ୍ରଥମ କିସ୍ତିରେ ୩୦୦୦/- ଓ ପ୍ରସବ ପରେ ଅର୍ଥାତ୍ ଛୁଆକୁ ୧୦ ମାସ ହେବା ପରେ ଦ୍ୱିତୀୟ କିସ୍ତିରେ ୨୦୦୦/- ଟଙ୍କା ପ୍ରଦାନ କରାଯାଇଛି ।

ମିଶନଶକ୍ତି

ଗଞ୍ଜାମ ଜିଲ୍ଲାରେ ଆଜିସୁଦ୍ଧା ମୋଟ ୪୧,୨୧୧ ସ୍ୱ. ସ. ଗୋଷ୍ଠୀ (ନୂତନ ଓ ପୁରାତନ) ଗଠନ ହୋଇପାରିଛି ଓ ଏଥିରେ ୪୩୪୪୮୮ ସଭ୍ୟା ଅନ୍ତର୍ଭୁକ୍ତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେକ ଗୋଷ୍ଠୀ ଆର୍ଥିକ ସହାୟତା ବାବଦରେ ୧୦,୦୦୦ ଟଙ୍କା ସିଡ୍ ମନି ବାବଦରେ ୧୫୦୦୦ ଟଙ୍କା ଓ ମୋବାଇଲ୍ ଫୋନ୍ ନିମନ୍ତେ ୩୦୦୦ ଟଙ୍କା ମଧ୍ୟ ପାଇଛନ୍ତି ଯାହାକି ନିମ୍ନରେ ପ୍ରଦତ୍ତ କରାଗଲା, ବର୍ତ୍ତମାନ ପ୍ରତ୍ୟେକ ଗୋଷ୍ଠୀଙ୍କୁ ଗ୍ରେଡେସନ୍ କରି ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ନିୟମିତ ପରିଶୋଧ କରୁଥିବା ଗୋଷ୍ଠୀମାନଙ୍କୁ ଶୂନ ପ୍ରତିଶତ ସୁଧହାରରେ ଋଣ ଦିଆଯାଉଛି ।
ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକାର ବ୍ୟବସାୟ କରିବା ନିମନ୍ତେ ଋଣ ମାଧ୍ୟମରେ ଆର୍ଥିକ ସହାୟତା ଓ ବ୍ୟବସାୟିକ ପ୍ରଶିକ୍ଷଣ ମଧ୍ୟ ସରକାର ପ୍ରଦାନ କରିଛନ୍ତି । ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସକ୍ରୀୟ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ତାଲିମ ପ୍ରଦାନ କରାଯାଇଛି ।

ମହିଳା ସୁରକ୍ଷା ଆଇନ୍

  • ମହିଳା କଲ୍ୟାଣ ଯୋଜନା
  • ଓ ଏସ ସି (ୱାନ୍ ଷ୍ଟପ୍ ସେଣ୍ଟର) (ସଖୀ), ବ୍ରହ୍ମପୁର, ଗଞ୍ଜାମ
  1. ତା ୦୨.୧୦.୧୮ ରିଖ ଗାନ୍ଧୀ ଜୟନ୍ତୀ ଦିବସ ଠାରୁ ଓ ଏସ ସି ର କାର୍ଯ୍ୟ ସଂପାଦନ ଆରମ୍ଭ ହୋଇଅଛି ।
  2. ଏହା ଏମ କେ ସି ଜି ମେଡିକାଲ କଲେଜ ବ୍ରହ୍ମପୁରରେ ଅବସ୍ଥିତ ।
  3. ଏଥିରେ ୫ଟି ଶଯ୍ୟାବିଶିଷ୍ଟ କୋଠରୀ ରହିଛି ।
  4. ଏଠାରେ ଜଣେ ନିର୍ଯ୍ୟାତିତା ୫ ଦିନ ଧରି ରହି ନିଜର ଡାକ୍ତରୀ ଚିକିତ୍ସା କିମ୍ବା ଘୋରୋଇ ହିଂସାର କାରଣ ଆଲୋଚନା ମାଧ୍ୟମରେ ବିଚାର, ଆଇନ ସହାୟତା ଇତ୍ୟାଦି ପାଇପାରିବେ ।

ମୋ ଗେହ୍ଲା ଝିଅ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ମୋ ଗେହ୍ଲା ଝିଅ ହେଉଛି ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ନୂତନ ଯୋଜନା, ଯାହାକି ଶିଶୁ ଲିଙ୍ଗର ଅନୁପାତକୁ ସମତୁଲ ରଖିବା (ଏହା ବିଜୁ କନ୍ୟା ରତ୍ନ ଯୋଜନାର ଏକ ଅଂଶ ମାତ୍ର କେବଳ ଗଞ୍ଜାମ ଜିଲ୍ଲାର ଏକ ନୂତନ ପ୍ରୟାସ)
ଏହି ଯୋଜନା ତା ୧୪.୦୧.୨୦୧୯ ରିଖରେ ଛତ୍ରପୁର ଠାରେ ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ଜିଲ୍ଲା ସ୍ତରୀୟ ଓ ପ୍ରକଳ୍ପ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଅନ୍ତର୍ଭୁକ୍ତ ହୋଇ ପର୍ଯ୍ୟାଲୋଚନା କରିବେ । ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିମାନେ ଗୃହ ପରିଦର୍ଶନ କରିବେ ଓ ସମସ୍ତଙ୍କୁ ଜଣାଇ ଦେବେ ଯେ ଜନ୍ମ ହୋଇଥିବା ଶିଶୁ କନ୍ୟାଟି ସମସ୍ତଙ୍କ ପାଇଁ କନ୍ୟା ରତ୍ନ ଅଟେ ।
ଜନ୍ମ ହୋଇଥିବା ଶିଶୁ କନ୍ୟାଟିକୁ ଅଭିନନ୍ଦନ ଜଣାଇବେ, କେକ୍ କାଟିବା ବ୍ୟବସ୍ଥା କରି ମିଠା ବାଣ୍ଟିବେ, ଶିଶୁ ସୁରକ୍ଷା କିଟ୍ ପ୍ରଦାନ କରି କନ୍ୟା ଶିଶୁଟି ପାଇଁ ଓ ତାର ପରିବାର ବର୍ଗଙ୍କୁ ଉତ୍ସାହିତ କରିବେ ।

ଅଗ୍ରଗତି

  1. ଆଜି ସୁଦ୍ଧା ଜନ୍ମ ହୋଇଥିବା ୫୦୦ ଶିଶୁ କନ୍ୟାଙ୍କୁ ଡାକି ଜିଲ୍ଲାସ୍ତରୀୟ ଅଭିନନ୍ଦନ ଉତ୍ସବ ପାଳନ କରାଯାଇଛି ।
  2. ଗ୍ରାମ ପଞ୍ଚାୟତ ସ୍ତରରେ ସେହିଭଳି ୨୪୦୦ ଶିଶୁ କନ୍ୟାଙ୍କୁ ଅଭିନନ୍ଦନ ଉତ୍ସବ ପାଳନ କରାଯାଇଛି ।
  3. ଏହାଦ୍ୱାରା ଆକଳନ କରାଯାଇଛି ଯେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆଜିସୁଦ୍ଧା ୧୪୦୦ରୁ ଅଧିକା ସଭ୍ୟ/ସଭ୍ୟାଙ୍କୁ ଏକତ୍ରୀତ କରି ଏହା ବିଷୟରେ ଅବଗତ କରାଇ ଦିଆଯାଇଛି ।
  4. ସମସ୍ତ ସୋସିଆଲ୍ ମିଡିଆ ମାଧ୍ୟମରେ ମଧ୍ୟ ଏହି ‘‘ମୋ ଗେହ୍ଲା ଝିଅ’’ ଯୋଜନାକୁ ବ୍ୟାପକ ପ୍ରଚାର କରାଯାଇଛି । ଏହା ଦ୍ୱାରା ୨୦୧୯ ମସିହାରେ ଏକ ହଜାର ଶିଶୁରେ ୯୩୭ କନ୍ୟାଶିଶୁ ଜନ୍ମରେ ଉନ୍ନତି ଘଟିଛି ଯାହାକି ୨୦୧୭ ମସିହାରେ ଏକ ହଜାର ଶିଶୁରେ ୮୪୫ ଥିଲା ।

ସ୍ୱୟଂସିଦ୍ଧା

ଗଞ୍ଜାମ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ସ୍ୱଇଚ୍ଛାରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟକୁ ତୁରନ୍ତ ମୁକାବିଲା କରିବା ନିମନ୍ତେ ଆଗେଇ ଆସିଛନ୍ତି ଏହା ଦ୍ୱାରା କୌଣସି ବିପର୍ଯ୍ୟୟ ଯେଭଳି ବିପତ୍ତିରେ ପରିଣତ ନହୁଏ ସେଥିପ୍ରତି ଦୃଷ୍ଟି ଦେଇ ମହିଳାମାନେ ହଠାତ୍ ପଦକ୍ଷେପ ନେଇପାରିବେ ଓ ଧନଜୀବନ ସୁରକ୍ଷା କରିପାରିବେ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କୁ ସହାୟତା ଦେବା ନିମନ୍ତେ ହାତ ବଢ଼ାଇଛନ୍ତି ଏହା ମଧ୍ୟ ଗଞ୍ଜାମ ଜିଲ୍ଲାର ଏକ ନୂତନ ପ୍ରୟାସ…
ବର୍ତ୍ତମାନ ସ୍ୱୟଂସିଦ୍ଧା ଗୋଷ୍ଠୀ ୫୦ ଜଣ ସଭ୍ୟାଙ୍କୁ ନେଇ ବ୍ଲକ୍ ସ୍ତରରେ ଗଠନ କରାଯାଇଛି, ପରବର୍ତ୍ତୀ ସମୟରେ ପଞ୍ଚାୟତ ସ୍ତରରେ ସ୍ୱୟଂସିଦ୍ଧା ଗୋଷ୍ଠୀ ଗଠନ କରିବାର ଯୋଜନା ରହିଛି ।
ସ୍ୱୟଂସିଦ୍ଧା ଗୋଷ୍ଠୀର ସଭ୍ୟାମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ତିନୋଟି ବ୍ଲକ ୧୫୦ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସେହିଭଳି ୬ଟି ଉପକୂଳବର୍ତ୍ତୀ ବ୍ଲକ ସଭ୍ୟାମାନଙ୍କୁ ଅତିଶୀଘ୍ର ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି ।
ଉକ୍ତ ସଭ୍ୟାମାନେ ବିଭିନ୍ନ ବିଭାଗ ଦ୍ୱାରା ଅର୍ଥାତ୍ ଓଡରାଫ, ପୋଲିସ, ଫାୟାର, ହେଲ୍ଥ, ଆର ଟି ଓ ଇତ୍ୟାଦିଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି, ଯାହାଦ୍ୱାରା ବିପର୍ଯ୍ୟୟ ସମୟରେ ନିଜର ସୁରକ୍ଷା ସହିତ ନିଜ ପରିବାରର ଓ ନିଜ ଅଞ୍ଚଳର ଧନ ଜୀବନକୁ ମଧ୍ୟ ସୁରକ୍ଷା ଦେଇପାରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ନିର୍ଭୟ କଢ଼ି

ନିର୍ଭୟ କଢ଼ି ଗଂଜାମ ଜିଲ୍ଲା ପ୍ରଶାସନରେ ଏକ ନୂତନ ଯୋଜନା ଯାହାକି ବାଲ୍ୟବିବାହକୁ ପ୍ରତିରୋଧ କରାଯିବ । ଜିଲ୍ଲାସ୍ତରରେ, ବ୍ଲକ ସ୍ତରରେ, ଗ୍ରାମସ୍ତରରେ ଓ ପଞ୍ଚାୟତସ୍ତରରେ ମଧ୍ୟ କମିଟି ଗଠନ କରାଯାଇ ସମସ୍ତ କିଶୋର/କିଶୋରୀମାନଙ୍କୁ ଓ ଜାତି ସମାଜ ସଂପ୍ରଦାୟର ଲୋକମାନଙ୍କୁ ସଚେତନ କରାଯିବାର ବ୍ୟବସ୍ଥା ରହିଛି ।
ପ୍ରତ୍ୟେକ କମିଟି ବାଲ୍ୟବିବାହ ରୋକିବା ନିମନ୍ତେ ଭିନ୍ନ ଭିନ୍ନ ସ୍ତରରେ ଭୂମିକା ଗ୍ରହଣ କରି ସଚେତନ କରାଇବେ । ବିବାହ ପୂର୍ବରୁ ଉଭୟ ବର ଓ କନ୍ୟାଙ୍କ ବୟସ ପ୍ରମାଣ ନିମନ୍ତେ ସାର୍ଟିଫିକେଟ ଯାଞ୍ଚ କରାଯିବ ଓ ଆଧାର କାର୍ଡ଼ ସହିତ ହେଚ ଆଇ ଭି ଟେଷ୍ଟ ରିପୋର୍ଟକୁ ମଧ୍ୟ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯିବ ।

ମୁଖ୍ୟ କ୍ରିୟାକଳାପ

  • ପ୍ରତ୍ୟେକ କିଶୋର/କିଶୋରୀ (୧୧ ରୁ ୧୮ ବର୍ଷ ମଧ୍ୟରେ) ମାନଙ୍କର ସଠିକ୍ ସର୍ଭେ କରି ଏକ ତାଲିକା ସି ଡି ପି ଓ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ।
  • ପ୍ରତ୍ୟେକ ମାସର ତୃତୀୟ ଶନିବାର ଦିନ ଅ.କେନ୍ଦ୍ରରେ ନିର୍ଭୟ କଢ଼ି ବୈଠକ ଅନୁଷ୍ଠିତ ହେବ ।
  • ପ୍ରତ୍ୟେକ ମାସର ପି ଇ ଓ ଙ୍କ ଅଧ୍ୟକ୍ଷତାରେ ଗ୍ରାମପଞ୍ଚାୟତ ସ୍ତରରେ ଏକ ବୈଠକ ଡ଼କାଯାଇ କେତେଜଣକୁ ସଚେତନ ସତର୍କତା ଦିଆଯାଇଛି ତାହା ଆଲୋଚନା ହେବ ।
  • ପ୍ରତ୍ୟେକ ମାସରେ ବି ଡି ଓ ଙ୍କ ଅଧ୍ୟକ୍ଷତାରେ ବ୍ଳକ୍ ସ୍ତରରେ ଏକ ବୈଠକ କରାଯିବ ଯାହାକି କିଶୋର/କିଶୋରୀମାନଙ୍କ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରାଯିବ ।
  • ତ୍ରୟମାସିକ ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ସ୍ତରରେ ପ୍ରତିରୋଧ କରିଥିବା ବାଲ୍ୟବିବାହ ଗୁଡ଼ିକର ଅବସ୍ଥା ବିଷୟରେ ଆଲୋଚନା କରାଯିବ । ଏହା ସହିତ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ମଧ୍ୟ ପ୍ରତ୍ୟେକ ମାସରେ ବୈଠକ କରି ଆଲୋଚନା କରିବେ ।

ଗୋଦ ଭରାଇ

ଗଞ୍ଜାମ ଜିଲ୍ଲାର ଗୋଦଭରାଇ ଏକ ନୂତନ ଯୋଜନାର ପ୍ରୟାସ ଯାହାକି ନୂତନ ଭାବେ ଚିହ୍ନଟ ହୋଇଥିବା ଗର୍ଭବତୀ ମାନଙ୍କୁ କାର୍ଯ୍ୟକ୍ରମରେ ଅ. କେନ୍ଦ୍ରରେ ସ୍ୱାଗତ ସମ୍ବୋର୍ଦ୍ଧନା ଦିଆଯିବ । ଯାହାକି ଅ.କର୍ମୀ ଓ ସମ୍ପ୍ରଦାୟର ଲୋକମାନଙ୍କ ସହିତ ସୁସମ୍ପର୍କ ଗଠନ ହୋଇପାରିବ ଓ ଗର୍ଭବତୀକୁ ସମସ୍ତ ସେବା ଯୋଗାଇ ପାରିବେ, ଏମ ସି ପି କାର୍ଡ ମଧ୍ୟ ଯୋଗାଇ ଦିଆଯିବ ।

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ଯୋଜନାର ଲକ୍ଷ୍ୟ ହେଉଛି ଅପପୁଷ୍ଟି ଶିଶୁମାନଙ୍କୁ (0 ଠାରୁ ୬ ବର୍ଷ) ସଠିକ୍ ଭାବେ ଚିହ୍ନଟ କରି ବିବରଣୀ ପସ୍ତୁତ କରିବା । ଶତ ପ୍ରତିଶତ ଶିଶୁଙ୍କୁ ଓଜନ କରି ଏମ ୟୁ ଏ ସି ମେଜରମେଣ୍ଟ କରି ସେମାନଙ୍କୁ ସେକ୍ଟର ସୁପରଭାଇଜର୍ ମାନଙ୍କ ଦ୍ୱାରା ମନିଟର କରିବା ଓ ଶେଷରେ ସଠିକ୍ ରିପୋର୍ଟ ସି ଡି ପି ଓ ଙ୍କୁ ଦାଖଲ କରବା ଉକ୍ତ ଅପପୁଷ୍ଟି ଶିଶୁମାନଙ୍କର ଯତ୍ନ ନେବାକୁ ପରିବାରବର୍ଗଙ୍କୁ ସଚେତନ କରାଇବା ।
ଉକ୍ତ ଯୋଜନାର ଅ.କର୍ମୀ ମାନେ ସଂଘବଦ୍ଧ ହୋଇ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଅପପୁଷ୍ଟି ଶିଶୁମାନଙ୍କ ଓଜନ କରିବେ ଓ ଏମ ୟୁ ଏ ସି ମାପ କରି ଓଜନ ଖାତାରେ ପ୍ଳଟିଙ୍ଗ କରିବେ । ଏହା ସହିତ ପରିବାର ବର୍ଗଙ୍କୁ ଅବଗତ କରାଇବେ ଯେ, ଅପପୁଷ୍ଟି ଶିଶୁଟି କେତେ ଓଜନ ଅଛି ଓ କେଉଁ ସ୍ଥିତିରେ ଅଛି ଏବଂ ତାକୁ କିଭଳି ଚିକିତ୍ସା ସହିତ ଖାଦ୍ୟପାନୀୟ ଦେବା ଆବଶ୍ୟକ । ଏହି ବିଷୟଗୁଡ଼ିକ ଭି ଏଚ ନ ଡି ଦିବସରେ ପରିବାରର ସଦସ୍ୟମାନଙ୍କୁ ଆଲୋଚନା ମାଧ୍ୟମରେ ପରାମର୍ଶ ଦେବେ ।

ଗ୍ରାମ କୃଷି ସେବା କେନ୍ଦ୍ର

  • ପ୍ରଥମେ ଏହି ଗ୍ରାମ କୃଷି ସେବାକେନ୍ଦ୍ର ପ୍ରତ୍ୟେକ ସବ୍-ଡ଼ିଭିଜନ୍ରେ ଖୋଲାଯିବ ଓ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରରେ ଖୋଲାଯିବାର ବ୍ୟବସ୍ଥା ରହିଛି ଯାହାକି କୃଷକମାନେ ୪ ରୁ ୫ କି.ମି ଭିତରେ ସୁବିଧା ସୁଯୋଗ ପାଇପାରିବେ, ଗ୍ରାମ କୃଷି ସେବା କେନ୍ଦ୍ର (ମିଶନ ଶକ୍ତି ସହାୟତାରେ)
    ପ୍ରତ୍ୟେକ ୟୁନିଟ୍ ରେ କୃଷକମାନଙ୍କୁ ସମସ୍ତ ପ୍ରକାରର କୃଷିଜାତ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ମେସିନାରୀ (ଯନ୍ତ୍ରପାତି) ସାହାଯ୍ୟ ଯୋଗାଇ ଦିଆଯିବ । ଏହା ସହିତ ଭିନ୍ନ ଭିନ୍ନ ପ୍ରକାରର ଶସ୍ୟ ନିମନ୍ତେ ମଧ୍ୟ ଭିନ୍ନ ପ୍ରକାରର ଉପକରଣ ରଖାଯିବ ।
  • ଜି କେ ଏସ କେ ରେ ବିଭିନ୍ନ ଛୋଟ ଛୋଟ ଉପକରଣ, ସାର, ଖତ, ଉର୍ବରକ ପଦାର୍ଥ, କୀଟନାଶକ ଓ ମଞ୍ଜି ବା ବିହନ ମଧ୍ୟ ବିକ୍ରି କରିପାରିବେ ।
  • ଜି କେ ଏସ କେ କୃଷକମାନଙ୍କୁ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନ ଓ କୃଷିକ୍ଷେତ୍ରରେ ଅଧିକା ଉତ୍ପାଦନ କରିବାର କୌଶଳ ଜ୍ଞାନ ଓ ଇତ୍ୟାଦି ଯୋଗାଇ ଦେବେ ଯାହାକି କୃଷକମାନଙ୍କୁ ରୋଜଗାର ବୃଦ୍ଧି କରିବାରେ ସହାୟକ ହେବ ।

ପଲିଥିନ ବନ୍ଦ ଅଭିଯାନ ଓ ପ୍ରଚାର

ଗଂଜାମ ଜିଲ୍ଲାରେ ସମସ୍ତ ଗ୍ରାମରେ ଓ ସହରାଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ଏହି ପଲିଥିନ ବନ୍ଦ ଅଭିଯାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ବିସ୍ତୃତ ଭାବେ ପ୍ରଚାର କରି ପରିବେଶ ସୁରକ୍ଷା ନିମନ୍ତେ ପ୍ରୟାସ ଜାରି ରହିଛି ।