• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମତ୍ସ୍ୟ ବିଭାଗ, ଗଞ୍ଜାମ

ଜଳ ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା ମଧ୍ୟରେ ଗଞ୍ଜାମ ଏକ ଅଗ୍ରଣୀ ଜିଲ୍ଲା I ଉପକୂଳ ଜିଲ୍ଲା ହୋଇଥିବାରୁ ଏଠାରେ ମଧୁର ଜଳ ସହିତ କ୍ଷାରୀ ଜଳ ଓ ସାମୁଦ୍ରିକ ମତ୍ସ୍ୟ ସମ୍ପଦ ଭରି ରହିଛି I ଜିଲ୍ଲାରେ ୧୧୫୮୦ ହେ. ମଧୁର ଜଳ ପୋଖରୀ, ୪୦୨୩.୦୪ ହେ. କ୍ଷାରୀ ଜଳ ପୋଖରୀ, ୫୦୭୩ ହେ. କ୍ଷୁଦ୍ର ଓ ମଧ୍ୟମ ଜଳଭଣ୍ଡାର ଓ ୬୦କି.ମି. ସୁଦୀର୍ଘ ସାମୁଦ୍ରିକ ଉପକୂଳ, ତାମ୍ପରା ଆଦି ରହିଛି I ଏଥି ସହିତ ଋଷିକୁଲ୍ୟା ଓ ବାହୁଦା ନଦୀ ଜିଲ୍ଲାରେ ପ୍ରବାହିତ I ଉକ୍ତ ଜଳ ଉତ୍ସରୁ ସମୁଦIୟ ୭୨୬୫୦.୭୭ ମେ.ଟନ ମାଛ, ୮୫୯.୧୩ ମେ.ଟନ ଚିଙ୍ଗୁଡି ଓ ୯୪.୧୮ ମେ.ଟନ କଙ୍କଡା ଉତ୍ପାଦିତ ହେଉଥିବା ବେଳେ, ୧୦୦୬.୮୪ ମେ.ଟନ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟକୁ ରପ୍ତାନି କରାଯାଇ ପାରୁଛି।

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ମତ୍ସ୍ୟ ସମ୍ପଦର ସାମୂହିକ ବିକାଶ କ୍ଷେତ୍ରରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସମବାୟ ସମିତି ନିରିକ୍ଷକ ଜିଲ୍ଲା ସ୍ତରରେ ସହଯୋଗ କରୁଥିବା ସ୍ଥଳେ ବ୍ଲକ ସ୍ତରରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ସ୍ଥଳ ବିଶେଷରେ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସହଯୋଗ କରିଥାନ୍ତି ।

ଏତତ ବ୍ୟତିତ ତିନୋଟି ସାମୁଦ୍ରିକ ସଂପ୍ରସାରଣ କେନ୍ଦ୍ର ଗୁଡିକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀମାନେ, ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କର ଉନ୍ନତି ନିମନ୍ତେ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ), ଗଞ୍ଜାମଙ୍କୁ ସହଯୋଗ କରିଥାନ୍ତି ।

ମତ୍ସ୍ୟ ବିଭାଗର ପ୍ରଭୂଦ ଲକ୍ଷ୍ୟ :

  • ୧. ଜିଲ୍ଲାକୁ ମାଛ ଓ ଚିଙ୍ଗୁଡି ଯାଁଆଳ ଉତ୍ପାଦନରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ କରି ଆତ୍ମନିର୍ଭରଶୀଳ କରାଇବା ।
  • ୨. ବିଭିନ୍ନ ଯୋଜନା ମIଧ୍ୟମରେ ନୂତନ ପୋଖରୀ ସୃଷ୍ଟି କରିବା ଓ ପୁରାତନ ପୋଖରୀରେ ପୁନରୂଦ୍ଧାର କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଇବା
  • ୩. ବିଭିନ୍ନ ପ୍ରଶିକ୍ଷଣ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ବୈଷୟିକ କୌଶଳ ଦ୍ଵାରା ଚାଷୀ ମାନଙ୍କର ଦକ୍ଷତା ଅଭିବୃଦ୍ଧି କରାଇବା ।
  • ୪. ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଦ୍ଵାରା ମଧ୍ୟମ ଓ କ୍ଷୁଦ୍ର ଜଳାଶୟ ଗୁଡିକରେ ବଡ ମାଛ ଜାଆଁଳ ଛାଡି ତଥା ପଞ୍ଜୁରୀ ମଧ୍ୟରେ ମତ୍ସ୍ୟ ଚାଷକରି, ଜଳ ଭଣ୍ଡାରର ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା
  • ୫. “ଓଡିଶା ସାମୁଦ୍ରିକ ମାଛଧରା ନିୟନ୍ତ୍ରଣ ଆଇନ – ୧୯୮୨” କୁ କାର୍ଯ୍ୟକାରୀ କରାଇବା
  • ୬. କଇଁଛ ସୁରକ୍ଷା / ମାଛଧରା ନିଷେଧ ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ଜୀବିକା ନିର୍ବାହ ସହାୟତା ପ୍ରଦାନ କରିବା ଈତ୍ୟାଦି

ମତ୍ସ୍ୟ ସମ୍ପଦର ପ୍ରଭୂଦ ବିକାଶ ନିମନ୍ତେ “ଓଡିଶା ମତ୍ସ୍ୟ ନୀତି” କାର୍ଯ୍ୟକାରୀ କରାଯାଉଛି I ବୈଷୟିକ ବିନିଯୋଗ ଦ୍ଵାରା, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଆର୍ଥିକ ତଥା ସାମାଜିକ ପ୍ରଗତି ସହିତ, ମତ୍ସ୍ୟ ଉତ୍ପାଦନର ଦୁଇ ଗୁଣା ବୃଦ୍ଧି ଓ ମତ୍ସ୍ୟ ଚାଷରେ ଆତ୍ମ ନିଯୁକ୍ତି ଏହାର ମୂଳ ଲକ୍ଷ୍ୟ I

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ଗୁଡିକ ହେଲା:

  • ୧. ମତ୍ସ୍ୟ ପୋଖରୀ ଯୋଜନା
  • ୨. ମହିଳା ସ୍ଵୟ॰ ସହାୟକ ଗୋଷ୍ଠୀ ଦ୍ଵାରା ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ
  • ୩. ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା
  • ୪. ନୀଳ ବିପ୍ଲବ ଯୋଜନା
  • କ) ଫାଇବର ଡଙ୍ଗା ରିହାତି ମାଧ୍ୟମରେ ଯୋଗାଣ
  • ଖ) ମାଛ ଧରା ଡଙ୍ଗା ଗୁଡିକୁ ଯାନ୍ତ୍ରିକରଣ
  • ଗ) ମତ୍ସ୍ୟଜୀବୀଙ୍କ ସନ୍ତାନ ମାନଙ୍କ ନିମନ୍ତେ ମେଧାବୃତ୍ତି
  •  
  • ଘ) ମହିଳା ସ୍ଵୟ॰ ସହାୟକ ଗୋଷ୍ଠୀଙ୍କୁ ଏକକାଳୀନ ଆବର୍ତ୍ତି ପୁଞ୍ଜି ପ୍ରଦାନ
  • ଙ) ବାୟୋଫ୍ଲକ/ RAS ଦ୍ଵାରା ମାଛ ଚାଷ
  • ୫. ମାଛ ଧରା ନିଶେଧ ସମୟରେ ଜୀବିକା ସହାୟତା

  •