• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ,ଗଞ୍ଜାମ, ଛତ୍ରପୁର

ଏହି ବିଭାଗ ଦ୍ଵାରା ଯୋଗାଇ ଦିଆଯାଉଥିବା ସୁବିଧା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ୫ ଜୁଲାଇ, ୨୦୧୩ ଠାରୁ ମାନବ ଜୀବନ ଚକ୍ର ରେ ଖାଦ୍ୟ ଏବଂ ପୌଷ୍ଟିକ ନିରାପତ୍ତା ଭାବେ କାର୍ଯ୍ୟ କରି ଆସୁଅଛି ।

ଏହା ଆର୍ଥିକ ସହାୟତା ଓ ପୌଷ୍ଟିକ ଖାଦ୍ୟ ଯୋଗାଣ ଉଦ୍ଦେଶ୍ୟରେ ସମନ୍ୱିତ ଶିଶୁ କଲ୍ୟାଣ ଯୋଜନା, ମଧ୍ୟାହ୍ନ ଭୋଜନ, TPDS କୁ ଏହାର ଏକ ଉପାଦାନ ରୂପେ ଗ୍ରହଣ କରିଅଛି । ଲକ୍ଷ୍ୟଧାର୍ଜ୍ୟିତ ସାଧାରଣ ବଣ୍ଟନ ବ୍ୟବସ୍ଥା (TDPS) ଜନସଂଖ୍ୟାର ୬୭ % (ଗ୍ରାମାଞ୍ଚଳ ରେ ୭୫%, ଏବଂ ସହରାଞ୍ଚଳରେ ୫୦% )ଅନ୍ତର୍ଭୁକ୍ତ କରି ମାସିକ ମୁଣ୍ଡପିଛା ୫ କିଗ୍ରା ଖାଦ୍ୟ ଶସ୍ୟ ଯଥା ଚାଉଳ @ ୩ ଟଙ୍କା, ଗହମ @୨ ଟଙ୍କା, ଏବଂ ଖଡଡା @ ୧ ଟଙ୍କା ହିସାବରେ ଅଗ୍ରାଧିକାର ପରିବାରକୁ ଏକରୂପ ହକଦାର ପ୍ରଦାନ କରିଥାଏ ।

ପ୍ରତ୍ୟେକ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳ ଜନସଂଖ୍ୟାର ସର୍ବୋଚ୍ଚ ସଂଖ୍ୟକ ଅନ୍ତର୍ଭୁକ୍ତି ସ୍ଥିର କରିବା ଦିଗରେ ଏହି ଆଇନଟି କେନ୍ଦ୍ର ସରକାରଙ୍କ ରାଜସ୍ଵନ୍ୟାସ ଅଟେ । ଆମ ରାଜ୍ୟ ସ୍ଥଳେ ଏହା ଗ୍ରାମାଞ୍ଚଳ କ୍ଷେତ୍ରରେ ୮୨.୧୭ % ଓ ପୌରାଞ୍ଚଳ କ୍ଷେତ୍ରରେ ୫୫.୭୭% ଅଟେ ଯାହାକି ରାଜ୍ୟର ମୋଟ ଜନସଂଖ୍ୟାର ୭୮% ହିସାବରେ ଅନୁଗୃହୀତ ହୋଇଥାଏ ।
 

 

ଏହା TPDS ସଂସ୍କାର ଉଦ୍ଦେଶ୍ୟରେ FPS ମାଧ୍ୟମରେ ଖାଦ୍ୟ କଣିବାକୁ ଦ୍ଵାରଦେଶ ବିତରଣର ବ୍ୟବସ୍ଥା କରେ ଏବଂ ପ୍ରତ୍ୟେକ ସ୍ତରରେ ସୂଚନା ଏବଂ ଯୋଗାଯୋଗ ପାଇଁ ପ୍ରଯୁକ୍ତି ବିଦ୍ୟାର ଯନ୍ତ୍ର ଓ କମ୍ପ୍ୟୁଟରର ପ୍ରଚଳନ କରାଯାଇ ସରକାରଙ୍କ ସ୍ବଚ୍ଛ ଅଭିଲିଖନକୁ ସୁନିଶ୍ଚିତ କରିଥାଏ ।

ଖାଉଟି କାର୍ଡ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏହା ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ବୟସର ମହିଳାଙ୍କୁ ପରିବାରର /ଗୃହର ମୁଖ୍ୟ ରୂପେ ଗ୍ରହଣ କରି କାର୍ଡ ଯୋଗାଇଥାଏ ।

ଏହା ରାଜ୍ୟ ସ୍ତରରେ FSCସୃଷ୍ଟି କରି ଅଭିଯୋଗ ପ୍ରତିକାର ତନ୍ତ୍ର ପ୍ରଦାନ କରିଥାଏ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଅଭିଯୋଗ ପ୍ରତିକାର ଅଧିକାରୀ ପଦବୀ ସୃଷ୍ଟି କରି ଉକ୍ତ ପ୍ରଚଳିତ ଆଇନର ଆବଶ୍ୟକ କାର୍ଯ୍ୟ।ନ୍ୱୟନର ପର୍ଯ୍ୟ।ଲୋଚନା କରିଥାଏ । ଜିଲ୍ଲା ସ୍ତରରେ ତତ୍ ସଂକ୍ରାନ୍ତ ଅଭିଯୋଗ ଶୁଣାଣି ସହ ପ୍ରତିକାରର ବ୍ୟବସ୍ଥା ତଥା ଅଧିନିୟମର ବ୍ୟବସ୍ଥାବଳୀ ମୁତାବକ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିଥାଏ ।

ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)

ଏହି ପରିକଳ୍ପନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାର କି॰ଗ୍ରା ପ୍ରତି @ ୧ଟଙ୍କା ହିସାବରେ ମାସିକ ୩୫ କିଗ୍ରା ଖାଦ୍ୟକଣିକାର ହକଦାର ଅଟନ୍ତି ଏବଂ ପୂର୍ବବତ୍ ଏହି ବ୍ୟବସ୍ଥା ପ୍ରଚଳିତ ସାଧାରଣ ବଣ୍ଟନ ଯୋଜନା ମୁତାବକ ଚାଲୁରହିବ । ଜନଗଣନା ୨୦୧୧ ପ୍ରକାରେ ଓଡିଶାର ମୋଟ ଜନସଂଖ୍ୟା ମଧ୍ୟରୁ ୨୩୨୧୪୮ ସଂଖ୍ୟକ ପରିବାର ସଦସ୍ୟଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଅନ୍ନପୂର୍ଣ୍ଣା ଯୋଜନା (AY)

ଯେଉଁ ନିରାଶ୍ରିତ/ଗରିବ ନାଗରିକଙ୍କ ବୟସ ୬୫ ରୁ ଅଧିକ ହୋଇଥିବ, ସେମାନଙ୍କୁ ଏହି ଯୋଜନା ଅଧୀନରେ ବିନା ମୂଲ୍ୟରେ ମାସିକ କାର୍ଡ୍ ପିଛା ୧୦ କି॰ଗ୍ରା ଚାଉଳ ବଣ୍ଟନ କରାଯାଏ।

ଅଗ୍ରାଧିକାର ପରିବାର (PHH)

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରର ସଦସ୍ୟ ତାହାଙ୍କ ମୁଣ୍ଡ ପିଛା ମାସିକ ୫ କିଗ୍ରା ଚାଉଳ କିମ୍ବା ଗହମ କିମ୍ବା ଉଭୟ କିଗ୍ରା ପ୍ରତି ୧(ଏକ) ଟଙ୍କା ଦରରେ ପାଇବା ହକଦାର ଅଟନ୍ତି ।

୫ଟି ସ୍ଵତଃ ଯୋଗ ହେବା ମାନଦଣ୍ଡ
  • ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ମାନଦଣ୍ଡ ପୂରଣ କରୁଥିବେ ସେହି ପରିବାରଟି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ପ୍ରକାରେ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହେବେ ।
  • ବାସହୀନ ପରିବାର
  • ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରୁଥିବା ପରିବାର
  • ସମସ୍ତ ଆଦିମ ଅଧିବାସୀ ପରିବାର ସମୁହ
  • ଯେଉଁ ପରିବାରର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ ବିଧବା ଭତ୍ତା ପାଉଥିବେ ।
  • ଯେଉଁ ପରିବାରର କୌଣସି ସଦସ୍ୟ ଶତକଡା ୪୦ ଭାଗରୁ ଅଧିକ ଶାରୀରିକ ବିକଳାଙ୍କ ହୋଇଥିବେ ।

ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା (SFSS)

ଉପରୋକ୍ତ ପରିଯୋଜନା ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ୨୦୧୮ ମସିହା ଅକ୍ଟୋବର ମାସ୨ ତାରିଖ (ଗାନ୍ଧୀ ଜୟନ୍ତୀ ଅବସରରେ) ରାଜ୍ୟରେ ଥିବା ଦରିଦ୍ର ମାନଙ୍କୁ ଆର୍ଥିକ ଖାଦ୍ୟ ସାହାଯ୍ୟ ପ୍ରଦାନ ନିମନ୍ତେ ଆରମ୍ଭ କରାଯାଇଥିଲା । ଏହି ପରିଯୋଜନା ଅନୁଯାୟୀ କିଗ୍ରା ପ୍ରତି ୧ ଟଙ୍କା ଦରରେ ଗରିବ ମାନଙ୍କୁ ଚାଉଳ ପ୍ରଦାନ କରାଯାଉଛି । ଏହି ପରିଯୋଜନାର ଦୁଇଗୋଟି ମୁଖ୍ୟ ଉଦ୍ଦେଶ୍ୟ ହେଲା i) ପ୍ରତ୍ୟେକଙ୍କ ନିକଟରେ ଖାଦ୍ୟ ରହିଛି ଓ ଖାଦ୍ୟରୁ କେହି ବଞ୍ଚିତ ହୋଇନାହାଁନ୍ତି –-ଏ ସମ୍ପର୍କରେ ସୁନିଶ୍ଚିତ ହେବା ।

ଏହି ପରିଯୋଜନାରେ ଅନ୍ତର୍ଭୁକ୍ତ ଥିବା ପ୍ରତ୍ୟେକ ପରିବାରର ସଦସ୍ୟ ମାସିକ ୧ ଟଙ୍କା ଦରରେ ୫ କିଗ୍ରା ଚାଉଳ ପାଇବାକୁ ହକଦାର ଅଟନ୍ତି ।

ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା (SFSS)ରେ ଅନ୍ତର୍ଭୁକ୍ତ ହେବାପାଇଁ ଯୋଗ୍ୟତା :

  • ହିତାଧିକାରୀ ଓଡିଶା ରାଜ୍ୟର ଅଧିବାସୀ ହୋଇଥିବେ
  • ଦାରିଦ୍ର୍ୟର ସୀମାରେଖା ତଳେ ଅବସ୍ଥାନ କରୁଥିବା ପରିବାରର ହୋଇଥିବେ

ସାଧାରଣ ବଣ୍ଟନ ବ୍ୟବସ୍ଥା ଅନୁଯାୟୀ କିରୋସିନ ବଣ୍ଟନ

ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା (SFSS), ୨୦୧୮ ଅଧୀନରେ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପରିବାର /ରେସନ କାର୍ଡଧାରୀ ଏହି ଯୋଜନା ଅନୁଯାୟୀ ମାସିକ ୨(ଦୁଇ) ଲିଟର କେରୋସିନି ପାଇବା ପାଇଁ ହକଦାର ଅଟନ୍ତି ।

କଲ୍ୟାଣ ଅନୁଷ୍ଠାନ ଏବଂ ଛାତ୍ରାବାସ (ସରକାରୀ) ଯୋଜନା ଅଧୀନରେ ଚାଉଳ ବଣ୍ଟନ

ଜିଲ୍ଲାରେ ଥିବା ସମସ୍ତ ୧୦୨ ଗୋଟି କଲ୍ୟାଣ ଅନୁଷ୍ଠାନ /ଛାତ୍ରାବାସକୁ ଅସ୍ଥାୟୀ ଭାବେ ହିସାବକୁ ନିଆଯାଇ ପ୍ରତ୍ୟେକ ଅନ୍ତେବାସୀଙ୍କୁ ମୁଣ୍ଡପିଛା @ ୧୫ କିଗ୍ରା ଚାଉଳ ଆବଣ୍ଟନ କରାଯିବାର ଆକଳନ କରାଯାଇଅଛି । ତେବେ ବାସ୍ତବ ବିତରଣ କ୍ଷେତ୍ରରେ ଅନ୍ତେବାସୀଙ୍କୁ ମାସିକ ବୟସ୍କଙ୍କ ପିଛା @ ୧୫ କିଗ୍ରା ଓ ଶିଶୁ ଯତ୍ନକାରୀ ଅନୁଷ୍ଠାନ ଗୁଡିକର ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାସିକ @ ୮.୫ କିଗ୍ରା ଏବଂ ସରକାରୀ ମାଲିକାନାରେ/ପରିଚାଳନରେ/ଛାତ୍ରାବାସରେ @ ୧ (ଏକ) ଟଙ୍କା ଦରରେ ଚାଉଳ ବଣ୍ଟନ କରାଯାଉଛି

ଗଞ୍ଜାମ ଜିଲ୍ଲାରେ ୨୦୧୯-୨୦ ଖରିଫ ବିପଣନ ଋତୁରେ ଧାନ ସଂଗ୍ରହଣ ସଙ୍କ୍ର।ନ୍ତ ସୂଚନା:

ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ ବିପଣନ ଋତୁ ୨୦୧୯-୨୦ରେ ଧାନ ସଂଗ୍ରହଣ ନିମନ୍ତେ ଓଡିଶା ରାଜ୍ୟ ଯୋଗାଣ ନିଗମ ଲି8 ଏକମାତ୍ର ଅଭିକର୍ତ୍ତା ରୂପେ କାର୍ଯ୍ୟ କରୁଅଛି । ଏଥି ନିମିତ୍ତ ମୋଟ ୧୩୪୪୬୨ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଛନ୍ତି । ଏହାଛଡା ୩୮୯ ଗୋଟି ପ୍ରାଥମିକ କୃଷି ସମବାୟ ସମିତି , ୧ ଗୋଟି ପାଣି ପଞ୍ଚାୟତ, ୫୨ ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ତଥା ୩୭୫ ଗୋଟି ଅନୁମୋଦିତ ଚାଉଳ କଳ ଅଂଶ ଗ୍ରହଣ କରୁଛନ୍ତି ।