• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଉଦ୍ଦେଶ୍ୟ :-

  1. ଜିଲ୍ଲା ନିମନ୍ତେ ଉଭୟ ଖରିଫ୍ ଓ ରବି ଋତୁ ପାଇଁ ଫସଲ ଯୋଜନା ପ୍ରସ୍ତୁତ କରିବା ।
  2. ଜଳସେଚନୱାରୀ ଶସ୍ୟ ଯୋଜନା ।
  3. କୃଷକ ମାନଙ୍କୁ ଋଣ ସହାୟତା ପ୍ରଦାନ କରିବା ।
  4. ସାର ପ୍ରଦାନ ଓ ପ୍ରଚଳନ ନିମନ୍ତେ ଯୋଜନା ।
  5. ବିହନ ଯୋଗାଣ ଏବଂ ପ୍ରବର୍ତ୍ତନ ନିମନ୍ତେ ସହାୟତା ।
  6. ଶସ୍ୟ ଆଦାୟ ସମ୍ବନ୍ଧୀୟ ସୂଚନା ସଂଗ୍ରହ ।
  7. କୃଷକମାନଙ୍କୁ ବୈଷୟିକ ଜ୍ଞାନର ପ୍ରବର୍ତ୍ତନ ।
  8. ବିଭିନ୍ନ ପ୍ରଦର୍ଶନ କାର୍ଯ୍ୟକ୍ରମର ପ୍ରଚଳନ ।
  9. କୃଷକମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ ।
  10. ଫସଲନାଶକାରୀ କୀଟମାନଙ୍କ ଅନୁଧ୍ୟାନ ଓ ଦମନ ମୂଳକ ପଦକ୍ଷେପ।
  11. ବିଭିନ୍ନ ଫସଲ ଉତ୍ପାଦନର ମାନକ ନିର୍ଦ୍ଧାରଣ ଓ ପଞ୍ଜୀକରଣ ।
  12. ବିଭିନ୍ନ ଯୋଜନା ର ପ୍ରଚଳନ ଓ ପ୍ରୟୋଗ ।
  13. କୃଷି ସମ୍ପର୍କିତ ଅନ୍ୟାନ୍ୟ ବିଭାଗ ସହ ଯୋଗସୂତ୍ର ସ୍ଥାପନ ।
  14. ବିଭିନ୍ନ ଶସ୍ୟର ସ୍ଥାୟୀଉତ୍ପାଦନ ଓ ଉତ୍ପାଦିକାଶକ୍ତି ବୃଦ୍ଧି କରିବା ।
  15. ଜୈବିକ ପ୍ରଣାଳୀରେ କୃଷିର ଉନ୍ନତି କରିବା ।

କାର୍ଯ୍ୟକଳାପ:-

ଜିଲ୍ଲାର କୃଷି ଦୃଶ୍ୟପଟ:

ଗଞ୍ଜାମ ଏକ କୃଷିଭିତ୍ତିକ ଜିଲ୍ଲା ଅଟେ। ଶତକଡ଼ା ୮୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି । ଅଧୁନା ଏହା ୧୯°.୪୦’ ଉତ୍ତର ଅକ୍ଷାଂଶରୁ ୨୦°୧୭’ ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ ୮୪°୭’ ପୂର୍ବ ଦ୍ରାଘିମାରୁ ୮୫°୧୨’ ପୂର୍ବ ଦ୍ରାଘିମା ଅନ୍ତର୍ଗତ, ୮୦୭୦.୬୦ ବର୍ଗ କି.ମି (୮,୨୧,୦୦୦ ହେକ୍ଟର) ପରିମିତ ଭୌଗଳିକ ସୀମା ପରିବ୍ୟାପ୍ତ ଅଟେ । ଏହି ଜିଲ୍ଲାରେ ୩ଟି ଜିଲ୍ଲା ସ୍ତରୀୟ କୃଷିମଣ୍ଡଳ ୪୪ଟି ଅଧସ୍ତନ କୃଷିମଣ୍ଡଳ ଓ ୨୭୫ ଟି ଗ୍ରାମ ସ୍ତରୀୟ କୃଷିମଣ୍ଡଳ ଓ ୪୪ଟି କୃଷିଜାତଦ୍ରବ୍ୟ ବିପଣନ କେନ୍ଦ୍ର ରହିଛି । ଏହି ଜିଲ୍ଲା ୨ଟି କୃଷି ଜଳବାୟୁ ମଣ୍ଡଳର ଅନ୍ତର୍ଗତ ।

  • ପୂର୍ବ ଏବଂ ଦକ୍ଷିଣପୂର୍ବ ଉପକୂଳ ସମତଳ ଅଞ୍ଚଳ:- ଏହା ଛତ୍ରପୁର ଉପଖଣ୍ଡ ଏବଂ ବ୍ରହ୍ମପୁର ଉପଖଣ୍ଡର ପୂର୍ବଭାଗ ଅନ୍ତର୍ଗତ ଅଟେ ।
  • ପୂର୍ବଘାଟ ପର୍ବତମାଳାର ଉତ୍ତରାଂଶ:- ଏହା ଭଞ୍ଜନଗର ଉପଖଣ୍ଡ ତଥା ବ୍ରହ୍ମପୁର ଉପଖଣ୍ଡର ପଶ୍ଚିମ ପାର୍ଶ୍ୱ ଅନ୍ତର୍ଗତ ଅଟେ ।

ଏହି ଜିଲ୍ଲାର ୩,୧୫.୦୦୦(୩୮.୩୬%) ହେକ୍ଟର ଜମି ବନାଞ୍ଚଳ ଅନ୍ତର୍ଗତ ଏବଂ ୪,୩୪.୦୦୦ ହେକ୍ଟର (୫୨.୮୬%) ଜମି କୃଷିଯୋଗ୍ୟ ଜମି ଅଟେ ଯେଉଁଥିରୁ ଶତକଡ଼ା ୪୭ ଭାଗ ଜମି ଏବଂ ୨୮% ମଧ୍ୟମ ଏବଂ ୨୫% ଜମି ନିମ୍ନ ଜମି ଅଟେ । ଏହି କୃଷି ଜମି ମଧ୍ୟରୁ ୨,୨୩.୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଏ ଏବଂ ଅବଶିଷ୍ଟ ଜମିରେ ଅଣଧାନ ଫସଲ ଯଥା ମକା, ମାଣ୍ଡିଆ, ଡାଲିଜାତୀୟ ଶସ୍ୟ (ମୁଗ, ବିରି, ଅରହର, ବିଲଚଣା) ତୈଳଜାତୀୟ ଶସ୍ୟ ( ରାଶି, ଚିନାବାଦାମ) ପନିପରିବା, ଆଖୁ, କପା, ମସଲା ଜାତୀୟ ଫସଲ ମରିଚ ଇତ୍ୟାଦି ଚାଷ କରାଯାଏ । ଋଷିକୂଲ୍ୟା ମୁଖ୍ୟ ଜଳସେଚନ ପ୍ରକଳ୍ପ ତତ୍ ସଙ୍ଗେ ସଙ୍ଗେ ୯ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ୯୭୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୭୦୮ଟି ଉଠାଜଳସେଚନ ପ୍ରକଳ୍ପ ୨,୫୧.୪୬୮ ହେକ୍ଟର ଚାଷଜମିକୁ ଖରିଫ୍ ଋତୁରେ ଜଳସେଚିତ କରିଥାଏ ଏବଂ ୪୮.୨୨୦ ହେକ୍ଟର ଜମିକୁ ରବି ଋତୁରେ ଜଳସେଚିତ କରିଥାଏ । ମୋଟ ଜମିରୁ ୬୧.୧୨% ଜମି ଖରିଫ୍ ଋତୁରେ ଜଳସେଚିତ ଏବଂ ୧୧.୭୩% ଜମି ରବିଋତୁରେ ଜଳସେଚିତ ଅଟେ । ୨୦୦୧ ଜନଗଣନା ଅନୁଯାୟୀ ଏହି ଜିଲ୍ଲାରେ ୩,୩୧,୨୫୬ ପରିବାର କୃଷିଜୀବୀ ଯେଉଁଥିରୁ କି ୬୯% ନାମମାତ୍ର ଚାଷୀ, ୧୯.୮% କ୍ଷୁଦ୍ରଚାଷୀ ଏବଂ ଅବଶିଷ୍ଟ ୧୧.୨% ଭାଗ ବୃହତ୍ ଚାଷୀ ଏବଂ ୫,୦୪,୮୦୬ ଜଣ କୃଷି ଶ୍ରମିକ ।
ଗଞ୍ଜାମ ଜିଲ୍ଲାର ଜମି ମଧ୍ୟରୁ କିଛି ଅଂଶ ବାଲିଆ, ଉପକୂଳବର୍ତ୍ତୀ ବାଲିଆ ପଟୁମାଟି ଏବଂ ସମୁଦ୍ର କୂଳସ୍ଥ କିଛି ଜମି ଲୁଣମାଟି ଯାହା ପୂର୍ବଭାଗରେ ଅବସ୍ଥିତ । ଉତ୍ତର ପୂର୍ବଘାଟ ପର୍ବତମାଳାର ଅଂଶବିଶେଷରେ ଅରଣ୍ୟ ମୃତ୍ତିକା ଯାହାକି ପଟୁ ତଥା କର୍ଦ୍ଦମ ମୃତ୍ତିକା ଅନ୍ତର୍ଗତ । ଏହି ଜିଲ୍ଲାର ହାରାହାରି ବୃଷ୍ଟିପାତ ପ୍ରାୟ ୧୨୭୫ ମିମି ଏବଂ ବାର୍ଷିକ ହାରାହାରି ବୃଷ୍ଟିଦିନ ସଂଖ୍ୟା ୬୪.୨ ଦିନ ଅଟେ ।

ଗଞ୍ଜାମ ଜିଲ୍ଲାର ମୌଳିକ ସୂଚନା:- (ଆଧାରିତ ସୂଚନା)
କ୍ରମିକ ସଂଖ୍ୟାସୂଚନା ବିବରଣୀଗଞ୍ଜାମ ଜିଲ୍ଲା
ଭୌଗଳିକ କ୍ଷେତ୍ରଫଳ୮,୨୧.୦୦୦ ହେକ୍ଟର
ଜଙ୍ଗଲ ଜମିର କ୍ଷେତ୍ରଫଳ୩,୧୫.୦୦୦ ହେକ୍ଟର
ସ୍ଥାୟୀ ତୃଣଭୂମି ବା ଗୋଚର ଜମି୨୦.୦୦୦ ହେକ୍ଟର
ମିଶ୍ରିତ ବୃକ୍ଷ ଏବଂ ଗୁଳ୍ମ ଜମିର କ୍ଷେତ୍ରଫଳ୨୨.୦୦୦ ହେକ୍ଟର
କୃଷି ଯୋଗ୍ୟ ପତିତ ଜମି୧୧.୦୦୦ ହେକ୍ଟର
ଅଣକୃଷି ଜମି୨୧୦.୦୦୦ ହେକ୍ଟର
ପତିତ ଜମି୨୦.୦୦୦ ହେକ୍ଟର
ବର୍ତ୍ତମାନ ପତିତ ଜମି୩.୦୦୦ ହେକ୍ଟର
ଅନ୍ୟାନ୍ୟ ପତିତ ଜମି୧୧.୦୦୦ ହେକ୍ଟର
୧୦ମୋଟ ଆବାଦ ଜମିର କ୍ଷେତ୍ରଫଳ୩,୯୮.୦୦୦ ହେକ୍ଟର
୧୧କୃଷିଯୋଗ୍ୟ ମୋଟ ଜମିର କ୍ଷେତ୍ରଫଳ୪,୩୪.୦୦୦ ହେକ୍ଟର
(କ)ଉଚ୍ଚଭୂମି୧,୯୭.୬୦୮ ହେକ୍ଟର
(ଖ)ମଧ୍ୟମ ଭୂମି୧,୨୩.୭୭୨ ହେକ୍ଟର
(ଗ)ନିମ୍ନ ଭୂମି୧,୧୨.୬୨୦ ହେକ୍ଟର
୧୨କୃଷି ଜମି୪,୦୬.୦୦୦ ହେକ୍ଟର
(କ)ଉଚ୍ଚ ଭୂମି୧,୮୯.୭୧୫ ହେକ୍ଟର
(ଖ)ମଧ୍ୟମ ଭୂମି୧,୧୩.୪୬୦ ହେକ୍ଟର
(ଗ)ନିମ୍ନ ଭୂମି୧,୦୨.୮୨୫ ହେକ୍ଟର
୧୩ଧାନ ଚାଷ ଜମିର କ୍ଷେତ୍ରଫଳ୨,୨୩.୫୦୦ ହେକ୍ଟର
(କ)ଉଚ୍ଚ ଭୂମି (୮.୬%)୧୯.୪୦୦ ହେକ୍ଟର
(ଖ)ମଧ୍ୟମ ଭୂମି (୪୬.୨%))୧,୦୩.୩୦୦ ହେକ୍ଟର
(ଗ)ନିମ୍ନ ଭୂମି୩,୦୦.୮୦୦ ହେକ୍ଟର
୧୪ପଞ୍ଚାୟତ ସମିତି ସଂଖ୍ୟା୨୨
୧୫ଜିଲ୍ଲା କୃଷି ମଣ୍ଡଳ ସଂଖ୍ୟା
୧୬ ଅଧସ୍ତନ କୃଷି ମଣ୍ଡଳ ସଂଖ୍ୟା୨୨
୧୭ ସମିତି ସ୍ତରୀୟ କୃଷି କାର୍ଯ୍ୟାଳୟ ସଂଖ୍ୟା୨୨
୧୮ ଗ୍ରାମ୍ୟ କୃଷି କାର୍ଯ୍ୟାଳୟ ସଂଖ୍ୟା୨୭୬
୧୯ ବିପତନ କେନ୍ଦ୍ର ସଂଖ୍ୟା୪୪
୨୦ ସରକାରୀ କୃଷି କେନ୍ଦ୍ର ସଂଖ୍ୟା (ଫାର୍ମ ସଂଖ୍ୟା)
୨୧କୃଷି କାର୍ଯ୍ୟଲିପ୍ତ ପରିବାର ସଂଖ୍ୟା୩୩୧୨୫୬
କ. ନାମମାତ୍ର ଚ଼ାଷୀ୨୨୮୭୬୦
ଖ. କ୍ଷୁଦ୍ର ଚ଼ାଷୀ୬୫୫୪୬
ଗ. ମଧ୍ୟମ ଚ଼ାଷୀ୩୭୩୦୩
ଘ. ବୃହତ ଚ଼ାଷୀ୬୪୭
୨୨ ଜଳସେଚ଼ିତ ସ୍ଥାବକତା (ହେକ୍ଟରରେ)୨,୫୧,୪୮୬ ହେ
କ. ଖରିଫ୍ (୬୧%)୪୮,୨୨୦ ହେ
ଖ. ରବି୩,୨୨,୬୬୦
୨୩ ସମୁଦାୟ କୃଷକ ସଂଖ୍ୟା୫,୦୪,୮୦୬
୨୪ ସମୁଦାୟ କୃଷି ଶ୍ରମିକ ସଂଖ୍ୟା 
୨୫ ବାର୍ଷିକ ହାରାହାରି ବୃଷ୍ଟିପାତ୧୨୭୫.୨ମି.ମି.
୨୬ ହାରାହାରି କ୍ରିୟାତ୍ମକ ଅବଧାରଣ ଅବସ୍ଥା (୧.୦୩ ରେ)୦.୯୮

ମୃତ୍ତିକା ସଂରଚନା:-

ବାଲିଆ ପଟୁ, ପଟୁ ମୃତ୍ତିକା, କର୍ଦ୍ଦମ ପଟୁ, ଗଞ୍ଜାମ ଜିଲ୍ଲାର ପ୍ରମୁଖ ମୃତ୍ତିକା ଅଟେ ।

ସ୍ୱତନ୍ତ୍ର ଫସଲ

  1. ଆଖୁ
  2. କପା
  3. ଲଙ୍କା ମରିଚ଼
  4. ମାଣ୍ଡିଆ
  5. ମକା

କୃଷିଫାର୍ମ, କୃଷି ଉଦ୍ୟାନ କେନ୍ଦ୍ର:-

    କ. ବିଭଗୀୟ କେନ୍ଦ୍ର

  1. ବିହନ ଉତ୍ପାଦନ କେନ୍ଦ୍ର – ଗୋଳନ୍ଥରା (ରଙ୍ଗେଇଲୁଣ୍ଡା)
  2. ବିହନ ଉତ୍ପାଦନ କେନ୍ଦ୍ର – ଭଞ୍ଜନଗର
  3. ବିହନ ଉତ୍ପାଦନ କେନ୍ଦ୍ର – ଜଗନ୍ନାଥପ୍ରସାଦ
  4. ବିହନ ଉତ୍ପାଦନ କେନ୍ଦ୍ର – ଧନେଇ (ପୋଲସରା)

    ଖ. ଓଡ଼ିଶା ରାଜ୍ୟ ବିହନ ନିଗମ ଲିଃ :

ବିହନ ଉତ୍ପାଦନ ଫାର୍ମ  – ବାବନପୁର (ଆସ୍କା)

ଅଭିଯୋଗ ଶୁଣାଣି : ପ୍ରତି ଶନିବାର ( ଛୁଟିଦିନ ବ୍ୟତିତ),ଅଧିକାରୀଙ୍କ ଦୂରଭାଷ ସଂଖ୍ୟା –   ୦୬୮୦-୨୨୯୦୨୩୯ (କାର୍ଯ୍ୟାଳୟ)

ମୁଖ୍ୟ କାର୍ଯ୍ୟାଳୟ ଠିକଣା :-

କୃଷି ଉପ ନିର୍ଦ୍ଦେଶ, ଗଞ୍ଜାମ ବିଭାଗ

ସ୍ଥା – ବୈଦ୍ୟନାଥ ନଗର, ପୋ: ଅ / ଭାୟା – ବ୍ରହ୍ମପୁର – ୭୬୦୦୧୦

ଗଞ୍ଜାମ, ଓଡ଼ିଶା, ଭାରତ

ଦୂରଭାଷ ସଂଖ୍ୟା – ୦୬୮୦-୨୨୯୦୨୩୯

email: ddabmp.dag@nic.in