• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ଉଦ୍ୟାନକୃଷି କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାରେ ଉଦ୍ୟାନକୃଷି

ଉଦ୍ୟାନକୃଷିର ସଜ୍ଞା କହିଲେ, ବୈଜ୍ଞାନିକ ଓ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ମାଧ୍ୟମରେ ଫଳ, ଫୁଲ ଓ ପନିପରିବାର ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନକୁ ବୁଝାଏ । ଏତଦବ୍ୟତୀତ, ଛତୁ, ଔଷଧୀୟ ବୃକ୍ଷ ଓ ମହୁମାଛି ଚାଷ ଇତ୍ୟାଦି ମଧ୍ୟ ଉଦ୍ୟାନକୃଷି ଅନ୍ତର୍ଭୁକ୍ତ । ପାରମ୍ପରିକ ଚାଷ ଯଥା, ଧାନ, ମଣ୍ଡିଆ, ବିରି ଓ କୋଳଥ ଇତ୍ୟାଦି ଚାଷ ଜମିକୁ ଫଳ, ଫୁଲ ଓ ପନିପରିବା ଇତ୍ୟାଦି ଚାଷପାଇଁ ପରିବର୍ତ୍ତନ କଲେ ହିଁ ଚାଷୀର ଆୟ ଦୁଇଗୁଣରୁ ଅଧିକ କରିବା ଲକ୍ଷ୍ୟ ପୂରଣ ହୋଇପାରିବ ।
ଗଞ୍ଜାମ ଜିଲ୍ଲାରେ ସମସ୍ତ ଉଦ୍ୟାନକୃଷି ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଅନୁକୂଳ ଜଳବାୟୁ ଉପଲବ୍ଧି ଅଛି । ଏହି ଜିଲ୍ଲାର ସମୁଦାୟ ଭୌଗଳିକ ଏରିଆ ୮୦୭୦.୬୦ ବର୍ଗ॰ ମି॰ । ସମୁଦାୟ କୃଷକ ପରିବାର ମଧ୍ୟରୁ ପ୍ରାୟ ୮୮ ଶତକଡା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଟନ୍ତି । ସମୁଦାୟ ୪,୩୪,୦୦୦ ହେକ୍ଟର ଚାଷପୋଯୋଗୀ ଜମି ମଧ୍ୟରୁ ୩,୦୧,୩୮୦ ହେକ୍ଟର ପର୍ଯ୍ୟନ୍ତ ଉଚ୍ଚ ଓ ମାଧ୍ୟମ କିସମର । ଏହି ଉଚ୍ଚ ଓ ମଧ୍ୟମ କିସମର ଜମିଗୁଡିକୁ ଉଦ୍ୟାନକୃଷି ଅନ୍ତର୍ଭୁକ୍ତ ଫଳ, ପନିପରିବା କିମ୍ବା ଫୁଲ ଇତ୍ୟାଦି ଚାଷପାଇଁ ବିନିଯୋଗ କଲେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଚାଷୀର ଆୟ ଦ୍ଵିଗୁଣରୁ ଅଧିକ କରିବା ଲକ୍ଷ୍ୟ ନିଶ୍ଚିତ ପୂରଣ ହୋଇପାରିବ ।

ଉଦ୍ୟାନକୃଷି ଅନ୍ତର୍ଭୁକ୍ତ ବିଭିନ୍ନ ଯୋଜନା

  • ସାଧାରଣ ଦୂରତା ବିଶିଷ୍ଟ ଆମ୍ବ ଚାଷ ପାଇଁ ୩ ବର୍ଷ ଓ ୬୦:୨୦:୨୦ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୧୨୭୫୦ ଙ୍କ। ।
  • ସଘନ ଆମ୍ବ ଚାଷ ପାଇଁ ୩ ବର୍ଷ ଓ ୬୦:୨୦:୨୦ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୧୨୪୦୦ ଙ୍କ।ର ସହାୟତା ।
  • ଡାଳିମ୍ବ ଚାଷ ପାଇଁ ୩ ବର୍ଷ ଓ ୬୦:୨୦:୨୦ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୨୪୦୦୦ ଙ୍କ।ର ସହାୟତା ।
  • ପିଜୁଳି ଚାଷ ପାଇଁ ୩ ବର୍ଷ ଓ ୬୦:୨୦:୨୦ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୧୯୧୭୦ ଙ୍କ।ର ସହାୟତା ।
  • ଶଙ୍କର ଜାତୀୟ ଅମୃତଭଣ୍ଡା ଚାଷ ପାଇଁ ୨ ବର୍ଷ ଓ ୭୫:୨୫ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୩୦୦୦୦ ଙ୍କ।ର ସହାୟତା ।
  • ଟିସୁକଲଚର କଦଳୀ ଚାଷ ପାଇଁ ୨ ବର୍ଷ ଓ ୭୫:୨୫ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୪୦୯୮୫ ଙ୍କ।ର ସହାୟତା ।
  • କଦଳୀ ପିଲ ଚାଷ ପାଇଁ ୨ ବର୍ଷ ଓ ୭୫:୨୫ ଅନୁପାତରେ ହେ. ପ୍ରତି ସର୍ବାଧିକ ରିହାତି ଟ ୨୬୦୦୦ ଙ୍କ।ର ସହାୟତା ।
  • ଗୋଲାପ ଫୁଲ ଚାଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଏବଂ ବଡ ଚାଷୀଙ୍କୁ ଏକ ବର୍ଷରେ ସର୍ବାଧିକ ହେକ୍ଟୋର ପିଛା ଯଥାକ୍ରମେ ଟ ୪୦୦୦୦ ଙ୍କ। ଏବଂ ଟ ୨୫୦୦୦ ଙ୍କ । ର ସହାୟତା ।
  • ରଜନିଗନ୍ଧା ଫୁଲ ଚାଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଏବଂ ବଡ ଚାଷୀଙ୍କୁ ଏକ ବର୍ଷରେ ସର୍ବାଧିକ ହେକ୍ଟୋର ପିଛା ଯଥାକ୍ରମେ ଟ ୬ ୦୦୦୦ ଙ୍କ। ଏବଂ ଟ ୩୭୫୦୦ ଙ୍କ । ର ସହାୟତା ।
  • ଗେଣ୍ଡୁ ଫୁଲ ଚାଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଏବଂ ବଡ ଚାଷୀଙ୍କୁ ଏକ ବର୍ଷରେ ସର୍ବାଧିକ ହେକ୍ଟୋର ପିଛା ଯଥାକ୍ରମେ ଟ ୧୬୦୦୦ ଙ୍କ। ଏବଂ ଟ ୧୦୦୦୦ ଙ୍କ । ର ସହାୟତା ।
  • ଶଙ୍କର ଜାତୀୟ ପରିବ। ଚାଷ ପାଇଁ ହେକ୍ଟୋର ପିଛା ଏକ ବର୍ଷରେ ସର୍ବାଧିକ ଟ ୨୦୦୦୦ ଙ୍କ। ର ସହାୟତା ।
  • ପୁରୁଣା କାଜୁବାଦାମ /ଆମ୍ବ ବଗିଚାର ପୁନଃରୁଦ୍ଧାର ପାଇଁ ହେକ୍ଟୋର ପିଛା ଏକ ବର୍ଷରେ ସର୍ବାଧିକ ଟ ୨୦୦୦୦ ଙ୍କ। ର ସହାୟତା ।
  • (୨୦ମି X୨୦ମି X ୩ମି)ଘନ ମିଟର କ୍ଷେତ୍ର ଫଳର ପ୍ଲାଷ୍ଟିକ ଆଚ୍ଛାଦିତ ଫାର୍ମ ପୋଖରୀ ଖନନ ପାଇଁ ଏକ ବର୍ଷରେ ସର୍ବାଧିକ ଟ ୭୫ ୦୦୦ ଙ୍କ। ର ସହାୟତା ।
  • ବାଉଁଶ ଏବଂ ଜି . ଆଇ ନିର୍ମିତ ସବୁଜ ଗୃହରେ ସୁରକ୍ଷିତ ଚାଷ ପାଇଁ ବର୍ଗ . ମି ପ୍ରତି ଯଥାକ୍ରମେ ଟ ୨୨୫ ଙ୍କ। ଏବଂ ଟ ୫୯୦ ଙ୍କ । NHM ଅଧୀନରେ ଏବଂ ଟ ୪୨୨</ ଙ୍କ। ଓ ଟ ୧୬୮ଙ୍କ। NHM+ ଅଧୀନରେ ସହାୟତା ।
  • ବାଉଁଶ ଏବଂ ଜି . ଆଇ ନିର୍ମିତ ଛାୟାଗୃହରେ ସୁରକ୍ଷିତ ଚାଷ ପାଇଁ ବର୍ଗ . ମି ପ୍ରତି ଯଥାକ୍ରମେ ଟ ୫୩୫ ଙ୍କ। ଏବଂ ଟ ୫୯୫ ଙ୍କ । ରସହାୟତା ।
  • ଚାଷ ଜମିରେ ପ୍ଲାଷ୍ଟିକ ଛାଦ୍ଧିକରଣ ପାଇଁ ହେ. ପ୍ରତି ସର୍ବାଧିକ ଟ ୨୦୦୦୦ ଙ୍କ। ର ସହାୟତା ।
  • ବଗିଚା ଭିତରେ (୯ x ୬ )ବର୍ଗ. ମି ଫଳ ,ଫୁଲ ଓ ପନିପରିବା ପ୍ୟାକିଂ ଗୃହ ନିର୍ମାଣ ପାଇଁ ହିତାଧିକାରୀ ପ୍ରତି ସର୍ବାଧିକ ଟ ୨୦୦୦୦୦ ଙ୍କ। ର ସହାୟତା ।
  • ୩୦ ଟନ ଶୀତଳିକରଣ ଗୃହ ପାଇଁ ହିତାଧିକାରୀ ପ୍ରତି ସର୍ବାଧିକ ଟ ୫୨୫୦୦୦ ଙ୍କ। ର ସହାୟତା ।
  • ସୌର ଚ।ଳିତ ୫ଟନ ଶୀତଳିକରଣ ଗୃହ ପାଇଁ ହିତାଧିକାରୀ ପ୍ରତି ସର୍ବାଧିକ ଟ ୫୨୫୦୦୦ ଙ୍କ। ର ସହାୟତା ।
  • ୨୫ ଟନ ବିଶିଷ୍ଟ ସ୍ୱଳ୍ପ ମୂଲ୍ୟ ପିଆଜ ସାଇତା ଗୃହ ପାଇଁ ହିତାଧିକାରୀ ପ୍ରତି ସର୍ବାଧିକ ଟ ୮୭,୫୦୦ ଙ୍କ। ର ସହାୟତା ।
  • ଛତୁ ମଞ୍ଜି ଉତ୍ପାଦନ ପାଇଁ ହିତାଧିକାରୀ ପ୍ରତି ସର୍ବାଧିକ ଟ ୬୦୦୦୦୦ ଙ୍କ। ର ସହାୟତା ।
  • ଛତୁ ଉତ୍ପାଦନ ପାଇଁ ହିତାଧିକାରୀ ପ୍ରତି ସର୍ବାଧିକ ଟ ୮୦୦୦୦୦ ଙ୍କ। ର ସହାୟତା ।
  • ରାଜ୍ୟ ମଧ୍ୟରେ ଶିକ୍ଷାମୂଳକ ପ୍ରଶିକ୍ଷଣ ପାଇଁ ଚାଷୀ ପିଛା ଟ ୧୦୦୦ ଙ୍କ। ର ସହାୟତା ।
  • ରାଜ୍ୟ ବାହାରେ ଶିକ୍ଷାମୂଳକ ଭ୍ରମଣ ଓ ପ୍ରଶିକ୍ଷଣ ପାଇଁ ଚାଷୀ ପିଛା ଟ ୫ ୦୦୦ ଙ୍କ। ର ସହାୟତା ।
  • ନୂତନ ନଡିଆ ବଗିଚା ପ୍ରତିଷ୍ଠା ପାଇଁ ହେକ୍ଟୋର ପିଛା (୧୭୫ ଗଛ) ଏକ ବର୍ଷରେ ସର୍ବାଧିକ ଟ ୧୬୮୦୦ ଙ୍କ। ର ସହାୟତା ।
  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ କାଜୁବାଦାମ ଚାଷ ପାଇଁ ୩ ବର୍ଷରେ ୬୦:୨୦:୨୦ ଅନୁପାତରେ ହେ. ପ୍ରତି ସର୍ବାଧିକ ଟ ୨୦୦୦୦ ଙ୍କ। ର ସହାୟତା ।
  • ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀଙ୍କ ଜମିରେ ଆମ୍ବ/କାଜୁ/ଲେମ୍ବୁ /ନଡିଆ ଇତ୍ୟାଦି ଫସଲ ଚାଷ ପାଇଁ ଶତ ପ୍ରତିଶତ ସହାୟତା କ୍ଷୁଦ୍ର/ ନାମମାତ୍ର/ ST/ SC ଚାଷୀଙ୍କ ପାଇଁ ରହିଛି।
  • ପ୍ରଧାନମନ୍ତ୍ରୀ କୃଷି ସିଞ୍ଚୟନ ଯୋଜନା (PMKSY) – ଅନ୍ୟ ଚାଷୀ ଓ ଛୋଟ – ନାମମାତ୍ର ପାଇଁ ସର୍ବାଧିକ ଶତକଡା ୮୦ ଓ ୯୦ ଭାଗର ରିହାତିର ବ୍ୟବସ୍ଥା ।
  • ବି. ଦ୍ର –ଅଧିକ ବିବରଣୀ ପାଇଁ ନିକଟସ୍ଥ ଉଦ୍ୟାନକୃଷି କର୍ମଚାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।