• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

ବିଷର୍ଣ୍ଣ ତଥା ସ୍ୱାସ୍ଥ୍ୟକର ସମୁଦ୍ରକୂଳ ଘନ ନୀଳ ଜଳରାଶି ବହନ କରିଥିବା ବଙ୍ଗୋପସାଗରରୁ ପ୍ରତିମୂହୂର୍ତ୍ତରେ କୂଳରେ ଲହଡ଼ିପିଟିହୋଇ ଫେରିଯାଉଥିବା ଜଳରାଶିର ସୁନ୍ଦର ଶଦ୍ଦ ମୁଖରିତ ଶାନ୍ତ ଉପକୂଳ ବିଶିଷ୍ଟ ସହର ଗୋପାଳପୁର, ଶାନ୍ତ ଉପହ୍ରଦ ବେଷ୍ଟିତ ତଥା ସବୁଜ ବଳୟ ବେଷ୍ଟିତ ବିତାନ ସଦୃଶ ଶୋଭନ ନଭଦେଶର ଶାନ୍ତ ପରିବେଶ ପର୍ଯ୍ୟଟକ ମନରେ ପ୍ରଶାନ୍ତ ମନୋଭାବ ସୃଷ୍ଟି କରିଥାଏ । ପ୍ରତିହତ ତଥା ଅବଶିଷ୍ଟ ବ୍ରିଟିଶ୍ ସାମ୍ରାଜ୍ୟ ଦ୍ୱାରା ନିର୍ମିତ ବନ୍ଦର ଦକ୍ଷୀଣ ଓଡ଼ିଶାର ସ୍ୱର୍ଣ୍ଣତୋରଣ ସଦୃଶ୍ୟ, ଯେଉଁଠାରୁ ସୁଦୁର ରେଙ୍ଗୁନ ସହରକୁ ବାଣିଜ୍ୟ ପୋତମାନ ଯାତାୟତ କରୁଥିଲା । ଏହି ବନ୍ଦର ସହର ଗୋପାଳପୁର ଇତିହାସର ଗାଥା ବହନକରେ । ଏଠାରେ ଥିବା ବତୀଘର ଏହି ଏ୍ୟିତିହ୍ୟର ମୁକସାକ୍ଷୀ ଅଟେ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ସଡ଼କ ପଥରେ
ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୬ କି.ମି.

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

ଗୋପାଳପୁର ସମୁଦ୍ର , ଗୋପାଳପୁର ବତୀଘର , ଗୋପାଳପୁର ସମୁଦ୍ର ବେଳାଭୂମି