• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ

ବ୍ରହ୍ମପୁରରୁ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ପାର୍ଶ୍ଵରେ ଚିରସ୍ରୋତା ଗନ୍ଧକ ଔଷଧୀୟ ଜଳ ଉତ୍ସର୍ଜିତ ଉଷ୍ଣ ପ୍ରସ୍ରବଣ ରହିଛି । ଯାହା ନିଜ ନାମର ସାର୍ଥକତା ସ୍ୱରୂପ ତପ୍ତପାଣି ନାମ ବହନ କରେ । ପର୍ବତରାଜି ତଥା ଘନ ବନରାଜି ବେଷ୍ଟିତ ପ୍ରଶାନ୍ତ ରୂପ ବିଶିଷ୍ଟ ତପ୍ତପାଣିରେ ସୂର୍ଯ୍ୟଦୋୟ ସୂର୍ଯ୍ୟାସ୍ତ, ଜ୍ୟୋତ୍ସ୍ନାପ୍ଳୁତ ରଜନୀ, ଘନବନ କୁଞ୍ଜ ଅନ୍ତରାଳରୁ ଶୁଣାଯାଉଥିବା ପକ୍ଷୀତ୍କଳଙ୍କ କାକଳୀ ବନ୍ୟ ପଶୁ ସମୂହଙ୍କ ଉପସ୍ଥିତି ତଥା ବନପ୍ରଦେଶ ଅନ୍ତର୍ଗତ ଆଦିମ ଆଦିବାସୀ ଗୀତନୃତ୍ୟ ବାଦ୍ୟର ତାନ ଏହାର ପ୍ରାକୃତିକ ଶୋଭାକୁ ବହୁଗଣିତ କରେ । ଏହି ଦୃଶ୍ୟ ସମୂହ ବହୁ ପ୍ରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଯଥା, କବି, ଲେଖକ, ପଣ୍ଡିତ, ଭାବୁକ ତଥା ବନଭ୍ରମଣକାରୀ ଏବଂ ନବବିବାହିତ ଦମ୍ପତି । ଏ ସମସ୍ତ ପ୍ରକାର ବ୍ୟକ୍ତି ବର୍ଷସାରା ଏହାର ସୋଭା ଆହରଣ କରିଥାନ୍ତି ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ସଡ଼କ ପଥରେ
ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୫୦ କି.ମି. ବ୍ରହ୍ମପୁର- କୋରାପୁଟ ରାଜପଥ ରେ ଅବସ୍ଥିତ

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

taptapani guest house , taptapani hot spring , taptapani temple main entrance